ବିଜେଡି ନେତ୍ରୀଙ୍କ ମିଛ କହିବାର ଅଭ୍ୟାସ ରହିଛି

ବିଜେଡି ନେତ୍ରୀଙ୍କ ମିଛ କହିବାର ଅଭ୍ୟାସ ରହିଛି । ପ୍ରତିଦିନ ଗଣମାଧ୍ୟମର ସମୟ ନଷ୍ଟ କରିବାର ପରମ୍ପରା ବିଜେଡି ଦଳରେ ରହିଛି । ଯାହା ପ୍ରାଥମିକ ସ୍ତରରୁ ବିଭିନ୍ନ ଗଣମାଧ୍ୟମ ପ୍ରସାରିତ ଖବର ସ୍ଥାନୀୟ ଲୋକଙ୍କ ମତରୁ ଜଣାପଡୁଛି ଏହା ଅନାହାର ମୃତ୍ୟୁ ନୁହେଁ ବରଂ ଫୁଡ୍‌ପଏଜ୍‌ନିଙ୍ଗ୍‌ର ଘଟଣା । ଜଣେ ମୃତକଙ୍କର ଝିଅ ଗଣମାଧ୍ୟମକୁ ଯେଉଁ ବୟାନ ଦେଇଥିଲେ ସେଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମ ଗାଁରେ ସମସ୍ତେ ଏହି ଜାଉ ଖାଆନ୍ତି । ଏହି ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇସାରିଛନ୍ତି । ସେହି ପରିବାରମାନେ ୩ମାସର ଚାଉଳ ଆଗରୁ ପାଇଛନ୍ତି । ୨୦୧୬ ମସିହାରେ ରାୟଗଡା ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ଜଣେ ଶିଶୁ ସହ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୧୮ ମସିହାରେ ନବରଙ୍ଗପୁର ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ୩ଜଣ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ସେତେବେଳେ ନବୀନ ବାବୁ ଇସ୍ତଫା ଦେଇଥିଲେ କି? ବିଜୁ ଜନତା ଦଳର ନେତ୍ରୀ ଯିଏ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ତାଙ୍କର ଆଦିବାସୀଙ୍କ ପ୍ରତି ଦରଦ ନାହିଁ ଓ ତାଙ୍କ ଚଳଣି ଉପରେ ଧାରଣା ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଆଦିବାସୀମାନଙ୍କ ବିକାଶରେ ଯଦି କିଏ ବାଧକ ସାଜିଥିଲା ସେ ହେଉଛି ବିଜେଡି । ଅତୀତରେ ଆଦିବାସୀମାନଙ୍କୁ ଜମିହରା କରିବା ପାଇଁ ବିଜୁ ଜନତା ଦଳ ସରକାର ଜଘନ୍ୟ ଷଡଯନ୍ତ୍ର କରିଥିଲା । ତେଣୁ ତାଙ୍କ ମୁହଁରେ ଏକଥା ଶୋଭା ପାଉନାହିଁ । ମନ୍ଦ ଉଦ୍ଦେଶ୍ୟ ରଖି ବିଜେଡି ଆଦିବାସୀଙ୍କ ନାଁରେ ରାଜନୀତି କରୁଛି ବୋଲି ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ କହିଛନ୍ତି ।

Nov 6, 2024 - 20:07
 0  15
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା