କେନ୍ଦୁଝର ପୋଲିସକୁ ବଡ ସଫଳତା,ନଅଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡକାୟତ ଗିରଫ।

କେନ୍ଦୁଝର ପୋଲିସକୁ ବଡ ସଫଳତା,ନଅଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡକାୟତ ଗିରଫ। କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପୋଲିସକୁ ବଡ ସଫଳତା। ନଅ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ ବିଭିନ୍ନ ମାରଣାସ୍ତ୍ର ଜବତ। କେନ୍ଦୁଝର ପୋଲିସ୍ ହାତରେ ଧରାପଡିଲେ ନଅଜଣ ଆନ୍ତଃରାଜ୍ୟ କୁଖ୍ୟାତ ଡକାୟତ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ନରଣପୁର୍ ଶିବ ମନ୍ଦିର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦୁଝର ପୋଲିସ୍ ର ସ୍ଵତନ୍ତ୍ର ଟିମ୍ ଓ ଟାଉନ ଥାନା ପୋଲିସ ଚଢ଼ାଉ କରି ନଅଜଣ ଆନ୍ତଃରାଜ୍ୟ ଡକାୟତ ଙ୍କ ସମେତ ସେମାନଙ୍କ ଠାରୁ ପାଞ୍ଚଟି ବନ୍ଧୁକ ତିରିସ୍ ଟି ଗୁଳି ଓ ପାଞ୍ଚଟି ମାରଣାସ୍ତ୍ର ଜବତ କରିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରେସ ବିବୃତି କରି ସୂଚନା ଦେଇଛନ୍ତି। ଏବଂ ଏହି ଡକାୟତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ମଧ୍ୟ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Oct 10, 2025 - 21:51
 0  26
1 / 2

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା