ଓଡିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଜେବି (BJB) ଅଟୋନମସ କଲେଜର ଆଲୁମିନି ଆସୋସିଏସନର ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟମାନେ ୨୩.୦୩.୨୦୨୬ ତାରିଖରେ ଶପଥ ଗ୍ରହଣ କରିଥିଲେ।
ଭୁବନେଶ୍ୱର,ଗଣତନ୍ତ୍ର ଓଡିଶା -୨୭ ମାର୍ଚ୍ଚ ୨୦୨୬: ଓଡିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଜେବି (BJB) ଅଟୋନମସ କଲେଜର ଆଲୁମିନି ଆସୋସିଏସନର ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟମାନେ ୨୩.୦୩.୨୦୨୬ ତାରିଖରେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ ପରେ ସେମାନେ ତାଙ୍କର ପ୍ରଥମ କାର୍ଯ୍ୟ ଭାବେ, କଲେଜ ପରିସର ସଫେଇ ଅଭିଯାନ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ବିଜେବି ଫ୍ରେଣ୍ଡସ୍ ର ପରଲୋକଗତ ସମସ୍ତ ଆଲୁମିନା ସଦସ୍ୟମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଗୋଟିଏ ମିନିଟ୍ ନିରବତା ପାଳନ କରିଥିଲେ। ଏହାପରେ ପବିତ୍ର ରାମନବମୀ ଅବସରରେ ଆଲୁମିନି ଆସୋସିଏସନର ପ୍ରାୟ ୪୦ରୁ ଅଧିକ ସଦସ୍ୟ କଲେଜ ପ୍ରାଙ୍ଗଣକୁ ସ୍ୱଚ୍ଛ କରିବା ପାଇଁ ସ୍ୱଇଚ୍ଛାରେ ଯୋଗଦେଇଥିଲେ। ସେମାନଙ୍କର ଏହି ସମାଜସେବାମୂଳକ ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଓ କଲେଜ ପରିବାର ଉଚ୍ଚ ପ୍ରଶଂସା କରିଛନ୍ତି। ଆଲୁମିନି ଆସୋସିଏସନର ସଦସ୍ୟମାନେ ଆଗାମୀ ଦିନରେ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟ ଜାରି ରଖିବା ସହ କଲେଜର ଉନ୍ନତି ଓ ସମାଜର ମଙ୍ଗଳ ପାଇଁ ସଦା ନିବେଶିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
1.
What's Your Reaction?