କୌଣସି ସିନେମାର ସୁଟିଂ ନୁହେଁ, ରିଲ୍ ଲାଇଫ ଅଭିନେତାଙ୍କ ରିୟଲ ଲାଇଫ ଗଣ୍ଡଗୋଳ ।

କୌଣସି ସିନେମାର ସୁଟିଂ ନୁହେଁ, ରିଲ୍ ଲାଇଫ ଅଭିନେତାଙ୍କ ରିୟଲ ଲାଇଫ ଗଣ୍ଡଗୋଳ । ନିଜ ଉପରୁ ନିୟନ୍ତ୍ରଣ ହରାଇ ଫିଲ୍ମ ନିର୍ଦ୍ଦେଶକଙ୍କୁ ଗାଳି ଗୁଲଜ ସହ ଆକ୍ରମଣ କରିବାକୁ ପଛାଇ ନାହାନ୍ତି ଅଭିନେତା ମନୋଜ ମିଶ୍ର । ଭୁବନେଶ୍ୱର ଡିସିପି ଅଫିସ୍ ପରିସରରେ ଏମିତି ଘଟିଛି । ନିର୍ଦ୍ଦେଶକ ବବି ଇସଲାମ, ଜ୍ୟୋତି ଦାସ ଓ ଅନ୍ୟ କିଛି ଜଣଙ୍କ ସହ ମନୋଜ ମିଶ୍ରଙ୍କର ପୂର୍ବରୁ ବିବାଦ ଥିଲା । ବବି ଓ ମନୋଜ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ବିବାଦର ସମାଧାନ ପାଇଁ ଉଭୟଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ଡକା ଯାଇଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିବାକୁ ପଛାଇ ନଥିଲେ ମନୋଜ । ଆକ୍ରମଣ କଲେ, ଭୁଲ ମାଗିଲେ ହୋଇପାରିଲାନି ବିବାଦର ସମାଧାନ ବିବାଦ ଆରମ୍ଭ ହୋଇଛି ସବ୍ୟସାଚୀ ମିଶ୍ରଙ୍କ ନୁଆ ସିନେମା ରାଣ୍ଡୀ ପୁଅ ଅନନ୍ତାକୁ ନେଇ । ରାଣ୍ଡୀ ଶବ୍ଦର ବ୍ୟବହାରକୁ ବିରୋଧ କରୁଥିଲେ ଅଭିନେତା ମନୋଜ ମିଶ୍ର। ଏ ବିବାଦ ଥାନାରେ ପହଞ୍ଚିଥିଲା । ଆଜି ଆପୋସ ସମାଧାନ ପାଇଁ ଉଭୟ ପକ୍ଷ ଭୁବନେଶ୍ୱର ଡିସିପି ଅଫିସକୁ ଆସିଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଥିଲା । ଉଭୟ ପକ୍ଷଙ୍କୁ ପୋଲିସ କମିଶନରଙ୍କ ଅଫିସରେ କମିଶନର ଓ ଡିସିପିଙ୍କ ଉପସ୍ଥିତିରେ ବୁଝାସୁଝା ପରେ ନିଜ ବ୍ୟବହାର ପାଇଁ ଭୁଲ ମାଗିଥିଲେ ମନୋଜ । ତେବେ ମୂଳ ପ୍ରସଙ୍ଗ ରାଣ୍ଡୀପୁଅ ଅନନ୍ତା ସିନେମାରେ ରାଣ୍ଡୀ ଶବ୍ଦର ବ୍ୟବହାରକୁ ବିରୋଧ ଜାରି ରହିବ ବୋଲି ମନୋଜ କହିଛନ୍ତି ।କିଛିଦିନ ହେଲା ଓଲିଉଡ ଧୀରେଧୀରେ ନିଜ ସ୍ଥିତିକୁ ସୁଦୃଢ କରୁଥିବା ବେଳେ ଏଭଳି ବିବାଦ ଓଲିଉଡର ସ୍ତରକୁ ପୁଣି ଖସାଇ ଦେଉଛି ।

Nov 22, 2024 - 21:04
 0  28
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା