ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶଳୀ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ଭଜନ ସମାରୋହ ଲିଙ୍ଗରାଜଙ୍କ ଭଜନ ମଣ୍ଡପଠାରେ ଅନୁଷ୍ଠିତ ହେବ

ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ ଭୁବନେଶ୍ଵର, ୧୯୩୨ : ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶଳୀ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ଭଜନ ସମାରୋହ ଲିଙ୍ଗରାଜଙ୍କ ଭଜନ ମଣ୍ଡପଠାରେ ଅନୁଷ୍ଠିତ ହେବ । ଏହି ଭଜନ ସମାରୋହ ୩୭ ବର୍ଷ ପୂର୍ଣ ହେବାକୁ ଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଶୁକ୍ରବାର ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସର ତୃତୀୟ ମହଲାର ଲାଇବ୍ରେରୀ ହଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଉପସଭାପତି ତଥା ଭୂବନେଶ୍ୱରର ଏକାମ୍ର ବିଧାୟକ ବାବୁ ସିଂ, ଅନ୍ୟତମ ଉପସଭାପତି ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ଦରିଷ୍ଠ ସାମ୍ବାଦିକ ସନତ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ୩୭ ବର୍ଷ ପୂର୍ତି ହେଉଥିବାରୁ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଶିବରାତ୍ରି ମହୋତ୍ସବ ମହାସମାରୋହରେ ଅଷ୍ଟକ ଯାକଜମକରେ ପାଳନ କରାଯିବ । ମୁମ୍ବାଇର ଖ୍ୟାତନାମା କଳାକାର ନୀତିନ ମୁକେଶ, କୁମାରୀ ଖୁସବୁ ତିୱାରୀ, ମିସ ବଦ୍ଧନ, ଶଶିକାନ୍ତ ପୌଡ଼ୱାଲ, ଅମିତାବନନ, କୋଲକତାର ତାନି, ମୁନି ଓ ପାର୍ଥ ପ୍ରଡାମ ଶାହା, ଛତିଶଗଡ଼ର ତାନିସ ବର୍ମା, ଉତ୍ତର ପ୍ରଦେଶର ବଦ୍ଧନ ସିଂଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଉର୍ଦୁ ଖ୍ୟାତନାମା କଳାକାର ଶ୍ରୀଚରଣ, କୁମାର ବାପି, ସୌରରେ ନାୟକ, ସୁଶ୍ରୀ ଶୈଳଭାମା ମହାପାତ୍ର, ସୁଧାକର ମିଶ୍ର, ମାନସୀ ପାତ୍ର, ରବୀନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ବେହେରା, ପିନାକୀ ନାୟକ, ଅଞ୍ଜଳି ମିଶ୍ର, ବିଘ୍ନରେଖା ପାଢୀ, ଶ୍ରୀମତୀ କ୍ରିଷ୍ଣା ମିଶ୍ର, ଅରୂଫ ଦାସ, ଦିବ ଦାସ ଓ ବିଶ୍ବପ୍ରିୟାଙ୍କ ସହିତ ବିଶିଷ୍ଟ କଳାକାରମାନେ ଯୋଗଦେବେ । ସେମାନେ କହିଥିଲେ ଯେ, ମହାଶିବରାତ୍ରି ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ରାଜାପୀଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ ଓ ପ୍ରବଚନ କରାଯିବା ପରେ ସନ୍ଧ୍ୟା ୬ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ହରିବାକୁ କମ୍ଭମପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହଳ ଚରଣ ମାଝୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ, ମାନ୍ୟବର ବିଧାୟକ, ସାଂସଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ସଙ୍ଗୀତ ଜଗତର ଖ୍ୟାତନାମା କଳାକାରମାନଙ୍କୁ ' ଏକାମୁଶ୍ରୀ ସମ୍ମାନ'ରେ ସମ୍ମାନିତ କରାଯିବ ବୋଲି ସେମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେବାୟତ ନିଯୋଗ ମାନଙ୍କର ପ୍ରତିନିଧୁମାନଙ୍କ ସମେତ ବିଜେପିର ବରିଷ୍ଠ ନେତ୍ରୀ ରଶ୍ମୀ ମହାପାତ୍ର, କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ଯୁଗ୍ମ ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ସାମ୍ବାଦିକ ଲିଙ୍ଗରାଜ ସାହୁ, ସୁଧୀର ରଞ୍ଜନ ଜେନା, ଗଣେଶ ପାଲ, କାଳନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ ଓ ବିଶ୍ଵନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । (ସନକ ମିଶ୍ର) ତଥା ବରିଷ୍ଠ ସାମ୍ବାଦିକ (กด กดจิ) ତଥା ପୂର୍ବତନ ରାଜ୍ୟ ସଭାପତି, १४९७०१११४०० (ବାବୁ ସିଂ) ମାନ୍ୟବର ବିଧାୟକ, ଏକାମ୍ର ତଥା ଉପସଭାପତି ୯୭୭୮୩୯୩୪୧୪ 6 (ସୁରେଶ କୁମାର ରାଉତରାୟ) ସଭାପତି ତଥା ପୂର୍ବତନ ମନ୍ତ୍ରୀ (ଶିବାନନ୍ଦ ରାୟ) ଉପସଭାପତି, ତଥା ବରିଷ୍ଠ ଆଇନଜୀବା conger erane Mahakhela (Old Town Bus stand) Bhubaneswar-751002, Dist Khurda, Ofisha Contact: 9178441717, 9437278908, 9853355494 E-mail: expofisha@gmail.com, Website: www.espotisha.org

Feb 13, 2026 - 18:41
 0  16
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା