ଭାରତୀୟ ଜନତା ପାର୍ଟି ସଦସ୍ଯତା ଅଭିଯାନ- ୨୦୨୪ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି

ଭାରତୀୟ ଜନତା ପାର୍ଟି ସଦସ୍ଯତା ଅଭିଯାନ- ୨୦୨୪ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି Manmohan Samal,ରାଜ୍ୟ ପ୍ରଭାରୀ Vijaypal Singh Tomar, ଦଳର ବରିଷ୍ଠ ନେତୃତ୍ଵ ଏବଂ କାର୍ଯ୍ୟକର୍ତ୍ତା ଭାଇଭଉଣୀଙ୍କ ସହ ଯୋଗଦେଲି। ଏହା ଆମ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏକ ସୌଭାଗ୍ୟର ଦିନ। ଦଳର ସଦସ୍ୟଙ୍କ ତ୍ୟାଗ, ତପସ୍ୟା ଏବଂ ବଳିଦାନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ସଫଳତାର ଶୀର୍ଷ ଛୁଇଁଛି। ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ନେତୃତ୍ଵରେ ସମୃଦ୍ଧ ଭାରତ ନିର୍ମାଣ ପାଇଁ ସମାଜର ସମସ୍ତ ବର୍ଗର ନାଗରିକ ଆଜି ରାଷ୍ଟ୍ର ନିର୍ମାଣ ପାଇଁ ନିଜକୁ ଦଳରେ ସାମିଲ କରିଛନ୍ତି। ରାଷ୍ଟ୍ରବାଦୀ ଦଳ ଭାବେ ଦେଶର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ଵ ଦିଆଯାଉଛି। ଦେଶରେ ବିକାଶର ପରିବର୍ତ୍ତନ ସହ ଆମ ରାଜ୍ୟ ମଧ୍ୟ ପୂର୍ବୋଦୟ ବିକାଶର କେନ୍ଦ୍ର ପାଲଟିଛି। ଡ଼ବଲ ଇଞ୍ଜିନ ସରକାରରେ ଓଡ଼ିଶାରେ ଖୁବ କମ ସମୟରେ ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାକୁ ଆହୁରି ସର୍ବବ୍ୟାପି ସର୍ବସ୍ପର୍ଶୀ କରିବା ନିମନ୍ତେ ଆମେ ସମସ୍ତେ ସଂକଳ୍ପ ନେବା, ୧ କୋଟି ସଦସ୍ୟଙ୍କୁ ଦଳରେ ସାମିଲ କରି ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣରେ ନିଜର ବହୁମୂଲ୍ୟ ଯୋଗଦାନ ଦେବା। #BJPSadasyata2024

Sep 4, 2024 - 07:43
 0  16
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା