ଭୁବନେଶ୍ବର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଯୋଗଦେଲି। ରାଜ୍ଯରେ କୃଷି ଏବଂ କୃଷକଙ୍କ ବିକାଶ କ୍ଷେତ୍ରରେ OUATର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ।

ଭୁବନେଶ୍ବର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଯୋଗଦେଲି। ରାଜ୍ଯରେ କୃଷି ଏବଂ କୃଷକଙ୍କ ବିକାଶ କ୍ଷେତ୍ରରେ OUATର ଭୂମିକା ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ। କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ନିମନ୍ତେ ନୂତନ କୃଷି ପ୍ରଣାଳୀ, ଉନ୍ନତମାନର ବିହନ, ନୂତନ ଜ୍ଞାନ କୌଶଳର ପ୍ରୟୋଗ ଦ୍ଵାରା କୃଷିକ୍ଷେତ୍ରର ଭିତ୍ତିଭୂମୀ ବିକାଶକୁ OUAT ଭଳି ଅନୁଷ୍ଠାନ ଗୁରୁତ୍ଵ ଦେଉଛି, ଯାହାକି ସବୁବେଳେ ସ୍ଵାଗତଯୋଗ୍ୟ। କୃଷକବନ୍ଧୁଙ୍କ ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଚାଷୀଙ୍କ ସୁବିଧା ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା ସହ ପୂର୍ବ ସରକାରରେ ବିଫଳ ହୋଇଥିବା ମିଶନର ସଫଳ କ୍ରିୟାନ୍ଵୟନ ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ଏହାସହ, ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଜରିଆରେ ବଜେଟରେ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କୃଷି ମାଧ୍ୟମରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଏବଂ ଏହା ପାଇଁ ଆବଶ୍ୟକୀୟ ଆର୍ଥିକ ସହାୟତା ଆମ ସରକାର ଯୋଗାଇଦେବେ।

Aug 24, 2024 - 16:48
 0  16
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା