କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ ।...

କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ ।... ବରଗଡ଼ ରୁ ବ୍ରହ୍ମପୁର ଅଭିମୁଖେ ଶ୍ରୀରାମ ନାମକ ଏକ ଯାତ୍ରୀ ବାହୀ ବସ ଆସୁଥିବା ବେଳେ କଳିଙ୍ଗା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଗଂଜାମ ଓ କନ୍ଧମାଳ ଜିଲ୍ଲାର ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ସମସ୍ତ ଆହତ ମାନଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି। ଆହାତ ଙ୍କ ମଧ୍ୟରେ ଜଣେ ମହିଳା ଗୁରୁତର ହୋଇଥିବାରୁ ତାଙ୍କୁ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ମେଡିକାଲ କୁ ସ୍ତାନାନ୍ତରିତ କରିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। #kalingaghati #odisha #accident #busaccident #kandhamal #ganatantraodisha #breakingnews

Nov 7, 2025 - 21:53
 0  21

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା