ମଠ ବରିଡା ରେ ଝାମୁ ଯାତ୍ରା ଅନୁଷ୍ଠିତ
ମଠ ବରିଡା ରେ ଝାମୁ ଯାତ୍ରା ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଏସ. ଛଚିନା ପଂଚାୟତ ମଠ ବରିଡା ଗ୍ରାମରେ ଗୁରୁବାର ଦିନ ମା ଜାଡି ମହୁଲି ଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ କାର୍ତିକ ମାସ ସାରା ମା ଙ୍କ ନିକଟରେ ପୂଜା ଅର୍ଚନା ସହ ପ୍ରତ୍ୟେକ ମଙ୍ଗଳବାର ଓ ସଂକ୍ରାନ୍ତି ରେ କୋଠି ଶାଳ ଯାତ୍ରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାର୍ତିକ ମାସ ଶେଷ ଛାଡ ଖାଇ ଦିନ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରା ଦିନ ମା ଜାଡି ମହୁଲି ଙ୍କ ନିକଟରେ ଯାହା ମାନସିକ ରଖି ଝାମୁ ଯାତ୍ରାରେ ସାମିଲ ହେଲେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଏଥିସହ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଦିନ ମା ଜାଡି ମହୁଲି ଙ୍କ ନିକଟରେ ଚଣା ପୂଜା କଲେ ଯେଉଁ ପିଲାମାନଙ୍କର ବକ ଶକ୍ତି ହରାଇ ଥାନ୍ତି ସେମାନେ କଥା କହି ପାରିଥାନ୍ତି । ଆଜି ଦିନ ସାରା ଏହି ଗ୍ରାମରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ମାନସିକ ଧାରୀମାନେ ବାଘ ସିଂହ, ଦେବା ଦେବି ଙ୍କ ବିଭିନ୍ନ ବେଶ ପୋଷାକ ପରିଧାନ କରି ଯାତ୍ରା ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଗ୍ନି କୁଣ୍ଡ ରେ ଚାଲିଲେ ଅନେକ ରୋଗ ରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ୱାସ୍ଥ୍ୟ ରହିଥାଏ ବୋଲି ବିଶ୍ୱାସ ରଖି ଅନେକ ଲୋକ ଅଗ୍ନି କୁଣ୍ଡ ରେ ଚାଲିଥାନ୍ତି । ଗଞ୍ଜାମ ଜିଲ୍ଲାରୁ ଅଜିତ କୁମାର ପଟନାୟକ ଙ୍କ ରିପୋର୍ଟ ଗଣତନ୍ତ୍ର ନିୟୁଜ #ganjam #berhampur #odisha #ganatantraodisha
What's Your Reaction?