ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା @EnergyOdisha ମନ୍ତ୍ରୀ ଶ୍ରୀ @KVSinghDeo1 ଓ @PRDeptOdisha ମନ୍ତ୍ରୀ ଶ୍ରୀ @RabiNaikBJP ଙ୍କ କରକମଳରେ ଆଜି ପ୍ରଯୁକ୍ତିବିଦ୍ୟାର ସଦୁପଯୋଗରେ ଭାରତ ସରକାରଙ୍କ @mopr_goi, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ @NICMeity ର ମିଳିତ ସହଯୋଗରେ @TataPower ଓଡ଼ିଶା ଡିସକମ୍ ପକ୍ଷରୁ Government Consumer Management System (GCMS) ୱେବ୍ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ଲିକେସନ୍ ଲୋକାର୍ପିତ ହୋଇଯାଇଛି I

ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା @EnergyOdisha ମନ୍ତ୍ରୀ ଶ୍ରୀ @KVSinghDeo1 ଓ @PRDeptOdisha ମନ୍ତ୍ରୀ ଶ୍ରୀ @RabiNaikBJP ଙ୍କ କରକମଳରେ ଆଜି ପ୍ରଯୁକ୍ତିବିଦ୍ୟାର ସଦୁପଯୋଗରେ ଭାରତ ସରକାରଙ୍କ @mopr_goi, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ @NICMeity ର ମିଳିତ ସହଯୋଗରେ @TataPower ଓଡ଼ିଶା ଡିସକମ୍ ପକ୍ଷରୁ Government Consumer Management System (GCMS) ୱେବ୍ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ଲିକେସନ୍ ଲୋକାର୍ପିତ ହୋଇଯାଇଛି I ଏହାକୁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିସନ୍ ଓ ରାଜ୍ୟ ପଞ୍ଚମ ଅର୍ଥ କମିସନ୍ ଅନୁଦାନର ସୁପରିଚାଳନା ନିମନ୍ତେ ନିର୍ମିତ "ଇ-ଗ୍ରାମ ସ୍ଵରାଜ" ଅନଲାଇନ୍ ପ୍ଲାଟଫର୍ମ୍ ସହ ସଂଯୋଗୀକରଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ @PRDeptOdisha ପ୍ରମୁଖ ଶାସନ ସଚିବ ଶ୍ରୀ @lohanisk1 ଓ @EnergyOdisha ର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ରଙ୍କ ସମେତ ବିଭାଗୀୟ ନିର୍ଦ୍ଦେଶକ, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (NIC) ଓ @TataPower ଓଡ଼ିଶା ଡିସକମ୍ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ସହ ୩୦ ଟି ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଓ ୩୧୪ ବ୍ଲକର ଉନ୍ନୟନ ଅଧିକାରୀମାନେ ଅନଲାଇନ ରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ପାନୀୟ ଜଳ, ପଥପାର୍ଶ୍ୱ ଆଲୋକୀକରଣ ଓ ପଞ୍ଚାୟତ ଅଫିସ୍ ରେ ଉପଯୋଗ ହେଉଥିବା ବିଦ୍ୟୁତ୍ ଶୁଳ୍କ ପ୍ରଦାନ ବ୍ୟବସ୍ଥାକୁ ସରଳ ଓ ସୁଗମ କରିବା ସହ ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ବଜାୟ ରଖିବା ଏହି GCMS ର ପ୍ରମୁଖ ଲକ୍ଷ୍ୟ। ଏହି ଆପ୍ଲିକେସନ୍ ମାଧ୍ୟମରେ ଟାଟା ପାୱାର ଓଡ଼ିଶା ଡିସକମ୍, ଗ୍ରାମପଞ୍ଚାୟତ ଓ ସରକାର ଗୋଟିଏ ପ୍ଲାଟଫର୍ମ ମାଧ୍ୟମରେ ଗ୍ରାମପଞ୍ଚାୟତର ବିଦ୍ୟୁତ୍ ଶୁଳ୍କ ଦେୟ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜୀକରଣ ଓ ତାହାର ସରଳ ସମାଧାନ ପ୍ରଭାବୀ ଢଙ୍ଗରେ କରିପାରିବେ ।

Aug 13, 2024 - 22:19
 0  12

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା