#ଯୁବକଙ୍କ_ସନ୍ଦେହଜନକ_ମୃତ୍ୟୁକୁ_ନେଇ_ଗ୍ରାମବାସୀଙ୍କ_କ୍ଷୋଭ
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗ୍ରାମବାସୀ ଙ୍କ କ୍ଷବ ଓଡ଼ିଆ ବାର୍ତ୍ତା/କଲ୍ୟାଣସିଂହପୁର(ପଦ୍ମନ ଭତ୍ରା):କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ଅଧୀନସ୍ଥ ସୁଳିପଦର ଗାଁର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସୁଲିପଦର ଉଚ୍ଚବିଦ୍ୟାଳୟ ପଛପଟେ ଥିବା ଏକ ଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି କଲ୍ୟାଣସିଂହପୁର ପୁଲିସ। ମୃତକ ଜଣଙ୍କ ହେଉଛନ୍ତି ସେନ ଲୋୟାଙ୍କ ପୁଅ ଭବାନୀ ଲୋୟା (୩୫)। ସୂଚନା ଅନୁଯାୟୀ ସୋମବାର ରାତିରେ ଭବାନୀ କଲ୍ୟାଣସିଂହପୁରରେ ହେଉଥିବା ଯାତ୍ରା ଦେଖି ଯିବା ପାଇଁ ନିଜ ଭଉଣୀଙ୍କୁ ଟଙ୍କା ମାଗିଥିଲେ। ଭଉଣୀ ଟଙ୍କା ଦେବି ବୋଲି କହିଥିଲେ। କିନ୍ତୁ କିଛି ସମୟ ପରେ ଭବାନୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସେ ଯାତ୍ରା ଦେଖି ଯାଇଥିବା ସନ୍ଦେହ କରି ଶୋଇ ପଡ଼ିଥିଲେ | ମଙ୍ଗଳବାର ସକାଳେ ସୁଳିପଦର ଉଚ୍ଚବିଦ୍ୟାଳୟ ପଛପଟେ ଥିବା ଏକ ଗଛରେ ଭବାନୀଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଛେଦ କରାଇବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା। ଶବର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଭବାନୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ଉପଯୁକ୍ତ ତଦନ୍ତ କରି ଭାବନୀଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
What's Your Reaction?