ଖଲ୍ଲିକୋଟ RCM ବିଜ୍ଞାନ ମହାବିଦ୍ୟାଳୟ ରେ ଏଡ଼ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଖଲ୍ଲିକୋଟ RCM ବିଜ୍ଞାନ ମହାବିଦ୍ୟାଳୟ ରେ ଏଡ଼ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ... ଏଡସ୍ ଯନ୍ତ୍ରଣାରେ ଛଟପଟ ହେଉଛି ଗଞ୍ଜାମ... ଏଡସ କୁ ନେଇ ଏଵେ ଦେଶରେ ୮ ନମ୍ବର ତାଲିକା ରେ ରହିଚି ଗଞ୍ଜାମ ର ମାନଚିତ୍ର... ଆଜି ହେଉଛି ଡିସେମ୍ବର ୧ ବିଶ୍ଵ ଏଡ଼ସ ଦିବସ । ଏହି ଅବସର ରେ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵେଚ୍ଛାସେବୀ ସଂଗଠନ ଅରୁଣା, YRC,RRC,OSACS ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଲେଜ ଠାରୁ ନିର୍ମଳଝର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ସଚେତନତା ପଦଯାତ୍ରା କରିଥିଲେ । ଏହା ପରେ କଲେଜ ପରିସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଲେଜ୍ ଅଧକ୍ଷ ସୁରେନ୍ଦ୍ର ସ୍ବାଇଁ ଙ୍କ ଅଧ୍ୟକ୍ଷତା ରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ଗନ୍ତାୟତ, ଏଡ଼ସ ର ପରାମର୍ଶ ଦାତା ସୁବ୍ରତ କୁମାର ସାମନ୍ତରାୟ ଓ ସ୍ଵେଚ୍ଛାସେବୀ ସଂଗଠନ ଅରୁଣା ର ଜୋନାଲ ସୁପରଭାଇଜର ପ୍ରମୋଦ କୁମାର ଜେନା ଙ୍କ ସହ ଅନ୍ୟ ମାନେ ଯୋଗ ଦେଇଥିଲେ । ତେବେ ଗଞ୍ଜାମ ଜିଲ୍ଲା ରେ ଏଡସ ପରାଗ୍ରାଫ ତଳମୁହଁl ରହିଥିବା ବେଳେ ତଥାପି ଦେଶରେ ଅଷ୍ଟମ ସ୍ଥାନରେ ରହିଚି ଗଞ୍ଜାମ । ଆଗରୁ ଏହି ଭୂତାଣୁ ଜନିତ ରୋଗ ଏଡ଼ସ ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ବ୍ୟାପୁଥିବା ଦେଖା ଯାଉଥିବା ବେଳେ ବର୍ତମାନ ଶିକ୍ଷିତ,ଯୁବ ବର୍ଗ ଓ କିନ୍ନର ମାନଙ୍କ ଦେହରେ ବହୁଳ ମାତ୍ରା ରେ ଦେଖିବାକୁ ମିଳିଛି । ଏହାରି ଭିତରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ରେ ୩୯୦ ଜଣ ଏଡ଼ସ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଦପଲ୍ଲୀ ପଞ୍ଚାୟତ ସମ୍ପୂର୍ଣ୍ଣ ଏଡସ୍ ମୁକ୍ତ ବୋଲି ଜଣା ପଡ଼ିଛି । ତେଣୁ ଏଡ଼ସ କୁ କେବଳ ସଚେତନତା ମାଧ୍ୟମରେ ଦୂର କରି ହବ ବୋଲି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ମାନେ କଲେଜ୍ ଛାତ୍ରଛାତ୍ରୀ ଙ୍କୁ ନିଜ ବକ୍ତବ୍ୟ ରେ କହିବା ସହ ସଚେତନ କରିଥିଲେ.. ଗଞ୍ଜାମ ଜିଲ୍ଲା ରୂ ଅଜିତ କୁମାର ପଟନାୟକ ଙ୍କ ରିପୋର୍ଟ ଗଣତନ୍ତ୍ର ନିୟୁଜ ବାଇଟ ୧-- ପ୍ରଦୀପ କୁମାର ଗନ୍ତାୟତ ( ମୁଖ୍ୟ ଚିକିତ୍ସକ . ଖଲ୍ଲିକୋଟ୍ ମେଡିକାଲ ) ବାଇଟ ୨-- ପ୍ରମୋଦ କୁମାର ଜେନା (ଅରୁଣା କର୍ମକର୍ତ୍ତା ) ବାଇଟ ୩-- ସୁରେନ୍ଦ୍ର କୁମାର ସ୍ଵାଇଁ (କଲେଜ ଅଧ୍ୟକ୍ଷ

Dec 2, 2025 - 10:20
 0  35

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା