ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳାରେ ୪୭୬ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ମୁଁ ଆନନ୍ଦିତ।
ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳାରେ ୪୭୬ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ମୁଁ ଆନନ୍ଦିତ। ନିଯୁକ୍ତି ପାଇଥିବା ସମସ୍ତ ପ୍ରାର୍ଥୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ନିଜର ପରିଶ୍ରମ ଏବଂ ଦୀର୍ଘଦିନର ସାଧନା ବଳରେ ଆପଣ ସମସ୍ତେ ଏହି ସଫଳତା ହାସଲ କରିପାରିଛନ୍ତି। ଏହା କେବଳ ଏକ ନିଯୁକ୍ତି ନୁହେଁ, ସରକାରଙ୍କ ପ୍ରତିନିଧି ଭାବେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିର ବିକାଶ ପାଇଁ ଆପଣ ପାଇଥିବା ଗୁରୁ ଦାୟିତ୍ଵର ଏହା ଏକ ସଂକଳ୍ପ ପତ୍ର ଅଟେ। ଲୋକଙ୍କ ସମସ୍ଯାର ସମାଧାନକୁ ଗୁରୁତ୍ଵ ଦେଇ ଆପଣ ସମସ୍ତେ ଅତ୍ୟନ୍ତ ନିଷ୍ଠା ଏବଂ ସମର୍ପିତ ସେବା ମନୋଭାବରେ କାର୍ଯ୍ୟ କରିବେ। ଆପଣ ସମସ୍ତଙ୍କ ଯୋଗଦାନ "ବିକଶିତ ଓଡ଼ିଶା" ନିର୍ମାଣକୁ ସାକାର କରିବ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ରହିଛି।
1.
What's Your Reaction?