ଭାରତୀୟ ଜନତା ପାର୍ଟି ଏକ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଦେଶ ଓ ରାଜ୍ୟର ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜନ କରିଥାଏ ।
ଭାରତୀୟ ଜନତା ପାର୍ଟି ଏକ ଦାୟିତ୍ୱ ସମ୍ପନ୍ନ ରାଜନୈତିକ ଦଳ ଭାବେ ଦେଶ ଓ ରାଜ୍ୟର ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜନ କରିଥାଏ । ନିଜର ସାମାଜିକ ମୂଲ୍ୟବୋଧକୁ ଏହି ଦଳ ସର୍ବଦା ଗୁରୁ୍ତ୍ୱ ଦେଇଥାଏ । ସେବା ହିଁ ପରମ ଧର୍ମକୁ ଚରିତାର୍ଥ କରିବାକୁ ଯାଇ ସମାଜର ଗରିବ, ଶୋଷିତ ବର୍ଗର ଉତ୍ଥାନ ନିମନ୍ତେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରାଯାଉଛି । ଏନେଇ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଙ୍କ ଜନ୍ମଦିବସ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବାପକ୍ଷ ଭାବେ ପାଳନ କରାଯିବ । ଏହି ସମୟ ମଧ୍ୟରେ ବିଜେପିର କାର୍ଯ୍ୟକର୍ତାମାନେ ବିଭିନ୍ନ ସେବା କାର୍ଯ୍ୟକରି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବେ । ସେପ୍ଟେମ୍ବର ୧୭ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବା ପକ୍ଷରେ ବିଭନ୍ନ ପ୍ରକାର ସେବା କାର୍ଯ୍ୟ କରାଯିବ । ପ୍ରଥମ ଦିନ ଓ ଏହାର ପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୧୬,୧୭ରେ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ନେଇ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ଉଦ୍ଦେଶ୍ୟ ଓ ଦେଶର ପ୍ରଗତିରେ ତାଙ୍କ ଯୋଗଦାନ ଉପରେ ଆଲୋଚନା କରାଯିବ । ଏନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ । ୧୭ ତାରିଖରେ ଜିଲାସ୍ତରରେ ମୋଦିଜୀଙ୍କ କର୍ତୁତ୍ୱ ଏବଂ ନେତୃତ୍ୱକୁ ନେଇ ଭିଡିଓ ଏବଂ ଫଟୋଚିତ୍ର ପ୍ରଦର୍ଶନ କରାଯିବ । ୧୮ରୁ ୨୦ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ତରଫରୁ ସମସ୍ତ ବିଧାନସଭା କ୍ଷେତ୍ରରେ ରକ୍ତଦାନ ଶିବିର ଆୟୋଜନ କରାଯିବ । ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ କୃଷକ ମୋର୍ଚ୍ଚା ତରଫରୁ ସମସ୍ତ ଶକ୍ତିକେନ୍ଦ୍ର ସ୍ତରରେ ପର୍ଯ୍ୟାବରଣ ଉପରେ ଗୁରୁତ୍ୱ ଦିଆଯାଇ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ସେପ୍ଟେମ୍ବର ୧୮ରୁ ୨୪ ଏବଂ ଅକ୍ଟୋବର ୨ ରେ ମଣ୍ଡଳସ୍ତରରେ ଦଳ ଓ ସ୍ୱଚ୍ଛ ଭାରତ ପ୍ରକୋଷ୍ଠ ତରଫରୁ ସମସ୍ତ ମନ୍ଦିର, ଧାର୍ମିକ ସ୍ଥଳ, ଜଳାଶୟ, ପୁଷ୍କରିଣୀ ଏବଂ ପାର୍କ ଆଦି ସ୍ଥାନରେ ସଫେଇ କରାଯିବ । ସେପ୍ଟେମ୍ବର ୨୦ରେ ଓବିସି ମୋର୍ଚ୍ଚା ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ୨୧ରେ ଅନୁସୂଚିତଜାତି ଓ ଜନଜାତି ମୋର୍ଚ୍ଚା ପକ୍ଷରୁ ବ୍ଲକସ୍ତରରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ପରିସରରେ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯିବ । ଏହାଛଡ଼ା ସେପ୍ଟେମ୍ବର ୨୧ରେ ଆଇନ୍ ପ୍ରକୋଷ୍ଠ, ଉଦ୍ୟୋଗ ପ୍ରକୋଷ୍ଠ, ବୃଦ୍ଧିଜୀବୀ, ଶିକ୍ଷକ ଓ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ଡ. ଆର୍ ବାଲସୁବ୍ରମଣ୍ୟମଙ୍କ ଦ୍ୱାରା ଲିଖିତ ପୁସ୍ତକର ବିଷୟବସ୍ତୁ ଉପରେ ଆଲୋଚନା କରାଯିବ । ସେପ୍ଟେମ୍ବର ୨୩ରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ । ଏହି ଅବସରରେ ବିଧାନସଭା ସ୍ତରରେ ୬୦ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ । ସାଂସଦ, ବିଧାୟକ, ଅନ୍ୟ ନିର୍ବାଚିତ ପ୍ରତିନିଧିମାନଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେପ୍ଟେମ୍ବର ୨୪ରେ ବିଧାନସଭାସ୍ତରରେ କଳା, ଚିତ୍ରାଙ୍କନ, ରଙ୍ଗୋଲି, ପ୍ରବନ୍ଧ, ସାହିତ୍ୟ-କଳା, ଗ୍ରାଫିକ୍ ଡିଜାଇନ୍ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ । ଆତ୍ମନିର୍ଭର ଭାରତ, ବିକଶିତ ଭାରତ ୨୦୪୭, “ଗୋ ଭୋକାଲ୍ ଫର୍ ଲୋକାଲ୍” ଆଦି ପ୍ରସଙ୍ଗ ଉପରେ ପ୍ରଶ୍ନୋତର ପ୍ରତିଯୋଗିତା ଆୟୋଜନ କରାଯିବ । ସେପ୍ଟେମ୍ବର ୨୫ରେ ବିଜେପିର ବିଚାର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଜୟନ୍ତୀ ଅନୁଷ୍ଠିତ ହେବ । ଏହି ଅବସରରେ ବୁଥ୍ସ୍ତରରେ ପଣ୍ଡିତ ଦୀନଦୟାଲଜୀଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣର୍ କରାଯାଇ ସ୍ମୃତିଚାରଣ କରାଯିବ । ସମସ୍ତ କାର୍ଯ୍ୟକର୍ତା ଅଳ୍ପକାଳୀନ ବିସ୍ତାରକ ରୂପେ ବୁଥ୍ସ୍ତରକୁ ଯାଇ ସଦସ୍ୟତା ଅଭିଯାନରେ ସାମିଲ ହେବେ । ଏହି ଅବସରରେ ଅତିକମ୍ରେ ୧୦୦ ସଦସ୍ୟ କରାଯିବା ପାଇଁ ପ୍ରୟାସ କରାଯିବ । ଏଥିସହ ପ୍ରାଥମିକ ସଦସ୍ୟମାନଙ୍କ ସହ ବୈଠକ
1.

What's Your Reaction?