ଟେଣ୍ଡେର ଜାଲିଆତି ଉଦ୍ୟମ ବିରୋଧ ରେ ସ୍ୱର ଉଠାଇ ମାଡ଼ ଖାଇଲେ ବରିଷ୍ଠ ସାମ୍ବାଦିକ..

ଟେଣ୍ଡେର ଜାଲିଆତି ଉଦ୍ୟମ ବିରୋଧ ରେ ସ୍ୱର ଉଠାଇ ମାଡ଼ ଖାଇଲେ ବରିଷ୍ଠ ସାମ୍ବାଦିକ.. ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା NAC ପରିସରରେ.. ଅଭିଯୋଗ ରୁ ଜଣାଯାଇଛି. କୋଦଳା NAC ରେ ଗୁରୁବାର ଦିନ 11 ଟି କାମର ଅନିୟମିତତା ଆଶଙ୍କା କରି ହୋଇଥିବା ଟେଣ୍ଡର ତଥ୍ୟ ମାଗିବାରୁ ବରିଷ୍ଠ ସାମ୍ବାଦିକ ତଥା ଏନଏସି ର 11 ନମ୍ବର ୱାର୍ଡ ର କାଉସିଲର ଭଗବାନ ପାଢ଼ୀ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସଂଘବଧ ଭାବେ ଆକ୍ରମଣ କରି ତାଙ୍କ ସାର୍ଟ ଚିରି ସୁନା ଚେନ ଝିକି ନେଇଯାଇଥିବା କୋଦଳା ଥାନାରେ ଅଭିଯୋଗ ହୋଇଛି. ଯାହା ସୂଚନା ମିଳିଛି ସରକାର ଙ୍କ ପକ୍ଷରୁ ଗୁରୁବାର ଦିନ କୋଦଳା ଏନଏସି ର 11 ଗୋଟି ଉନ୍ନୟନ କାର୍ଯ୍ୟକୁ ନେଇ ଟେଣ୍ଡର ଅନୁଷ୍ଠିତ ହେବାପାଇଁ ସମୟ ଧାର୍ଯ୍ୟ ହୋଇଥିଲା l ତେବେ ଏହି ଟେଣ୍ଡର ପ୍ରକ୍ରିୟା ଅଧକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବହୁ ଅନିୟମିତତା ହୋଇଥିବା ଦେଖି 11 ନମ୍ବର କାଉସିଲର ଏହାକୁ ବିରୋଧ କରିଥିଲେ l ଟେଣ୍ଡର ପ୍ରକ୍ରିୟା ର ସମସ୍ତ ତଥ୍ୟ ସହ ସିସିଟିଭି ପୁଟେଜ ଆରଟିଆଇ ଜରିଆରେ ଅଧିକାରୀ ଙ୍କୁ ମାଗିଥିବା ଯୋଗୁଁ ଅଧ୍ୟକ୍ଷ ନିଜେ ପ୍ରତିକ୍ରିୟଶୀଳ ହୋଇ ଅପରାହ୍ନ 3 ଟା ସମୟରେ କାର୍ଯ୍ୟାଳୟ ପରିସରରେ ଭଗବାନ ପାଢ଼ୀ ଠିଆ ହୋଇଥିବା ସମୟରେ ଅଧକ୍ଷ ଙ୍କ ନିର୍ଦେଶ ରେ ଏବଂ ଅଧିକରୀ ଙ୍କ ଉପସ୍ଥିତ ରେ ପାଞ୍ଚରୁ ଉର୍ଦ୍ଧ ଗୁଣ୍ଡା ଶ୍ରେଣୀ ର ଲୋକ ଆସି ତାଙ୍କ ସହ ଯୁକ୍ତି ତର୍କ କରିବା ସହିତ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଭଗବାନ ପାଢ଼ୀ ଙ୍କ ଗୋଡ଼ ଭାଙ୍ଗିବା ସହ ଛାତି, ହାତ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିବା ସହିତ ସୁନା ଚେନ କୁ ଛଡାଇ ନେଇ ଚାଲିଯାଇଥିଲେ l ଆକ୍ରମଣ ପରେ ଗୁରୁତର ଭଗବାନ ଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିବା ବେଳେ ଏଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମିଡିକାଲ କୁ ସ୍ଥାନାନ୍ତର ନିର୍ଦେଶ ଦେଇଛନ୍ତି ଡାକ୍ତର..ଖବର ପାଇ ଆଜି ଜିଲ୍ଲାର ବହୁ ସାମ୍ବାଦିକ କୋଦଳା ରେ ପହଁଚି ଭଗବାନ ପାଢ଼ୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିବା ସହ ଅଭିଯୁକ୍ତ ଙ୍କୁ ଗିରଫ ଦାବୀ ନେଇ ପ୍ରାୟ 60 ରୁ ଉର୍ଦ୍ଧ ସାମ୍ବାଦିକ ଭଗବାନ ଙ୍କୁ ନେଇ ଏକ ଶୋଭାଯାତ୍ରା କରି କୋଦଳା ଥାନାରେ ପହଞ୍ଚି ଥାନା ଅଧିକରୀ ଙ୍କୁ ଏତଲା ଦେବା ସହ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅଧ୍ୟକ୍ଷ, ଅଧିକାରୀ ଓ ଆକ୍ରମଣ କାରୀ ଦୁର୍ବୁତ୍ତଙ୍କୁ ଗିରଫ କରିବାକୁ ଦାବୀ କରିଥିଲେ.. ଅନ୍ୟ ପକ୍ଷରେ ଗଣତନ୍ତ୍ର ରେ ହିଂସା ର ସ୍ଥାନ ନଥିବା କହୁଥିବା ଶାସକ ଦଳର ଅଧ୍ୟକ୍ଷ ଙ୍କ ଏଭଳି ବର୍ବୋରଚିତ ଆଚରଣ କୁ ସାମ୍ବାଦିକ ମାନେ ନିନ୍ଦା କରିବା ସହ ଟେଣ୍ଡର ଦୁର୍ନୀତି ର ତଦନ୍ତ ଦାବୀ କରାଯାଇଛି.ଆଜିର ଏହି ଶାନ୍ତି ପୁର୍ଣ ଶୋଭାଯାତ୍ରା ରେ ଅନିଲ ପାଣିଗ୍ରାହୀ, ଅନିଳ କୁମାର ପାଢ଼ୀ, ନାରାୟଣୀ ପ୍ରସାଦ ମିଶ୍ର, ସୁଶାନ୍ତ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ବଡୁ, କୃଷ୍ଣ ଚନ୍ଦ୍ର ପଲେଇ, ସରୋଜ କୁମାର ମିଶ୍ର, କ୍ଷୀରୋଦ ବେହେରା, ପୀତବାସ ଦାସ, ଗଣେଶ ଡାକୁଆ, ବାଲ୍ମୀକି ବିଶୋଇ, ବିଜୟ ନାୟକ, ବାପୁନି ମାଲୁ ଙ୍କ ସମେତ ବିଭିନ୍ନ ବ୍ଲକରୁ 60 ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇ ଥିବା ଜଣାଯାଇଛି..ଗଞ୍ଜାମ ଜିଲ୍ଲା ରୂ ଅଜିତ କୁମାର ପଟନାୟକ ଙ୍କ ରିପୋର୍ଟ ଗଣତନ୍ତ୍ର ନିୟୁଜ

Nov 30, 2025 - 09:25
 0  29

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା