କୋଦଳା ରେ ମା ମହାଲଷ୍ମୀ ଙ୍କ ଏକ କୁଣ୍ଡିୟ ବିଶ୍ୱ କଲ୍ୟାଣ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ...

କୋଦଳା ରେ ମା ମହାଲଷ୍ମୀ ଙ୍କ ଏକ କୁଣ୍ଡିୟ ବିଶ୍ୱ କଲ୍ୟାଣ ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ... ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ଅନ୍ତର୍ଗତ ଖଡୁରା ସାହି ରେ ଏକ କୁଣ୍ଡିୟ ବିଶ୍ୱକଲ୍ୟାଣ ଯଜ୍ଞ ପାଇଁ କଳସ ଯାତ୍ରା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀରେ ପୂଜା ଅର୍ଚନା ପରେ ଶତାଧିକ ମହିଳା କଳସ ଧରି ଗ୍ରାମ ପରିକ୍ରମା କରି ଯଜ୍ଞ ସ୍ଥଳକୁ ଯାଇଥିଲେ । ମା ମହାଲକ୍ଷ୍ମୀଙ୍କ ଦିବ୍ୟ ପୂଜା ଅର୍ଚନା ଶକ୍ତିପଲ୍ଲବୋକ୍ତ ଅଷ୍ଟଲକ୍ଷ୍ମୀ ପୂଜାର୍ଚନା, ସୂର୍ଯ୍ୟ ପୂଜା, ଗୋପୂଜା ଏକ କୁଣ୍ଡିୟ ବିଶ୍ୱ କଲ୍ୟାଣ ଯଜ୍ଞ କୁଙ୍କୁମାର୍ଜନ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ଡିସେମ୍ବର ଚାରି ତାରିଖ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶକ୍ତି ଉପାସକ ଶ୍ରୀ ସପନ କୁମାର ଶତପଥି ମୁଖ୍ୟ ପୂଜକ ଭାବେ ଯୋଗଦେଇ ଥିବା ବେଳେ କର୍ତ୍ତା ଭାବେ ପ୍ରଦୀପ କୁମାର ପାଢ଼ୀ ଶସ୍ତ୍ରିକ ଯୋଗଦେଇଛନ୍ତି । ଉକ୍ତ ବିଶ୍ୱ କଲ୍ୟାଣ ଯଜ୍ଞ ରେ ସମସ୍ତ ଗ୍ରାମବାସୀ ସହଯୋଗ କରିଛନ୍ତି ! ଗଞ୍ଜାମ ଜିଲ୍ଲା ରୂ ଡାକ୍ତର ଅଜିତ କୁମାର ପଟନାୟକ ଙ୍କ ରିପୋର୍ଟ ଗଣତନ୍ତ୍ର ନିୟୁଜ

Nov 28, 2025 - 08:47
 0  32
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR - Iswar Jena ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା