ରାୟଗଡାରେ ୭୬ତମ ସମ୍ବିଧାନ ଦିବସକୁ ଦିଆଲ ପରବ ଭେଟ ଘାଟ -3 ଅନୁଷ୍ଠିତ
ରାୟଗଡାରେ ୭୬ତମ ସମ୍ବିଧାନ ଦିବସକୁ ଦିଆଲ ପରବ ଭେଟ ଘାଟ -3 ଅନୁଷ୍ଠିତ ଆଜି ରାୟଗଡ଼ା ଜିଲ୍ଲାରେ ଡ଼ମ୍ ମାନଙ୍କ ଦ୍ୱାରା ସମ୍ବିଧାନ ଦିବସକୁ ଜିଲ୍ଲା ଡ଼ମ୍ ସମାଜ ସଭାପତି ଧନିରାମ ନାଏକ ଙ୍କ ସଭାପତିତ୍ବ ରେ ଦିଆଲ ପରବ ଭେଟ ଘାଟ-୩ ଭାବେ ପାଳିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରଘୁରାମ ମାଛ ଅଭିବକ୍ତ କୋରାପୁଟ ଜିଲ୍ଲା ଡ଼ମ୍ ସମାଜ ସଭାପତି ତଥା ମାନ୍ୟବର ବିଧାୟକ କୋରାପୁଟ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ରବୀନ୍ଦ୍ର ଗରଡ଼ା,ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ନାଏକ ରାଜ୍ୟ ସଭାପତି ବହୁଜନ ସମାଜ ପାର୍ଟି,ସୁଦୃଢ ନୂଆପଡ଼ା ଜିଲ୍ଲାର ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା କୁସୁଲିଆ,ସମ୍ବିଧାନ ଦିବସର ବାର୍ତ୍ତାବହ ଭାବେ କଳାହାଣ୍ଡି ଜିଲ୍ଲାର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଯୋଗେଶ୍ୱର ସାଗର,ମୋଞ୍ଚ ସଂଚାଳକ ଭାବେ ଶ୍ରୀଯୁକ୍ତ ଜନାର୍ଦନ ଗରଡ଼ା ସାଧାରଣ ସମ୍ପାଦକ ରାୟଗଡ଼ା ଜିଲ୍ଲା ତଥା ଅଭିବକ୍ତ କୋରାପୁଟ ଜିଲ୍ଲା ଡ଼ମ୍ ସମାଜ ରହିଥିବା ବେଳେ ସମ୍ମାନିୟ ଅତିଥି ଭାବେ ବିଡ଼ିଓ ଶ୍ରୀଯୁକ୍ତ ସୁନୀଲ ଖରା,ତହସିଲଦାର ଶ୍ରୀଯୁକ୍ତ ଚନ୍ଦ୍ରଦାସ ମହାନନ୍ଦିଆ,ସରକାରୀ ଓକିଲ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାଗ,ଅଧ୍ୟାପକ ଡ଼ା:ରାଜେଶ ବାଗ,ଅଧ୍ୟାପକ ଡ଼ା:ସତ୍ୟବାନ ଗରଡ଼ା, ଡ଼ା:ଡ଼ମ୍ବରୁଧର ଗରଡ଼ା,ଅବିଭକ୍ତ କୋରାପୁଟ ଡ଼ମ୍ ସମାଜର ଆବାହକ ଶ୍ରୀଯୁକ୍ତ ବାସୁଦେବ ମାଲବିଷୋୟୀ ଙ୍କ ସହ ଅବିଭକ୍ତ କୋରାପୁଟ ଡ଼ମ୍ ସମାଜ ରୁ ଉପସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ଖରା,ଶ୍ରୀଯୁକ୍ତ ନୁପେନ୍ଦ୍ର ବାଗ,ପ୍ରକାଶ ନାଗ,ଶ୍ରୀଯୁକ୍ତ ଡମ୍ବରୁ ବାଗ,ସହ ସମ୍ପାଦକ ଶ୍ରୀଯୁକ୍ତ ଅର୍ଜୁନ ଟାକ୍ରି,ଶ୍ରୀଯୁକ୍ତ ତ୍ରିନାଥ ବିଭୋର,ଶ୍ରୀଯୁକ୍ତ ହରିହର ଦୁର୍ଗା,ଶ୍ରୀଯୁକ୍ତ କଣ୍ଟେଶ୍ଵର ପାଟଲା ଏବଂ ଶ୍ରୀଯୁକ୍ତ ବଳରାମ ଅନୁଗୁଳିଆ ସଭାପତି ସହିଦ୍ ନର୍ସିଂ ଡ଼ମ୍ ସମାଜ ମାଲକାନଗିରି,ଶ୍ରୀଯୁକ୍ତ ଭଗବାନ ଖରା ସଭାପତି କୋରାପୁଟ ଜିଲ୍ଲା ଡ଼ମ୍ ସମାଜ,ଶ୍ରୀଯୁକ୍ତ କନକରାମ ସୁନା ସଭାପତି ନବରଙ୍ଗପୁର ଜିଲ୍ଲା ଡ଼ମ୍ ସମାଜ,ଶ୍ରୀମତୀ ମାନସ୍ଵିନି ଟାକିରି ସମାଜ ସେବୀ ଜୟପୁର ମଞ୍ଚାସିନ ରହିଥିଲେ | ଏହି କାର୍ଯ୍ୟକ୍ରମରେ ଡ଼ମ୍ ମାନଙ୍କ ଦ୍ୱାରା ନାଚ-ଗୀତ ମାଧ୍ୟମରେ ଡ଼ମ୍ ଜାତିର କଳା ସାଂସ୍କୃତିକ ପରିବେଷଣ କରାଯାଇ ଡ଼ମ୍ ସଂସ୍କୃତିର ଗୌରବ ଓ ଐତିହ୍ୟକୁ ଓଡିଶା ସମେତ ଭାରତ ଓ ସାରା ବିଶ୍ୱରେ ପ୍ରଚାର ପ୍ରସାର କରି ଡମ୍ ସମାଜ ପରମ୍ପରା କୁ ବଜାୟ ରଖିବା ପାଇଁ ଶପଥ ନେଇଥିଲେ l ଏହି ଉତ୍ସବରେ ରାୟଗଡ଼ା ଜିଲ୍ଲାର ୧୧ ଗୋଟି ବ୍ଲକର ସମସ୍ତ ଗ୍ରାମପଞ୍ଚାୟତ ଓ ଗ୍ରାମରୁ ଲୋକମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧଲୋକ ଉପସ୍ଥିତ ହୋଇଥିବାରୁ କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା l ଅନେକ ବ୍ଲକ ରୁ ଆସିଥିବା ଲୋକମାନେ ରେଳୱେ ଛକ,ନୂଆସାହି ଛକ,ମେଡିକାଲ ଛକ ରୁ ପାରମ୍ପରିକ ବାଜା ସହ କଳାହାଣ୍ଡିଆ ଦୂଲଦୁଲି ବାଦ୍ୟଯନ୍ତ୍ର ମାଧ୍ୟମରେ ସମସ୍ତେ ମନରଞ୍ଜନର ସହିତ ବାଣଫୁଟାଇ ରାୟଗଡ଼ା ବସ୍ ଷ୍ଟାଣ୍ଡ ନିକଟରେ ଥିବା ଡ଼.ବି.ଆର ଅମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଏକତ୍ରିତ ହୋଇ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରେରଣାଦାୟୀ ଭାବେ ସହର ପରିକ୍ରମା କରି ଜି.ସି.ଡି ଖେଳ ପଡିଆରେ ଡମ୍ ସମାଜ ଦ୍ୱାରା ଆୟୋଜିତ ହୋଇଥିବା ସଭା ମଣ୍ଡପକୁ ପହଞ୍ଚି ସମସ୍ତେ ନିଜ ନିଜର ସ୍ଥାନ ଅଧିଗ୍ରହଣ କରିଥିଲେ ଏବଂ ପରବର୍ତୀ ସମୟରେ ଡ଼ମ୍ ସମାଜ ର ପରମ୍ପରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ | ଶେଷରେ ଅତିଥି ମାନଙ୍କ ଦ୍ୱାରା କୃତିତ୍ୱ ହାସଲ କରିଥିବା ଡ଼ମ୍ ନୃତ୍ୟ ଶିଳ୍ପୀ ମାନଙ୍କୁ ସମ୍ବରଦିତ କରି ସମସ୍ତ ଉପସ୍ଥିତ ଜନସାଧାରଣ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା |
What's Your Reaction?