ମୟୁରଭଞ୍ଜ ଉତ୍ସବ * ସମୟ : ଜାନୁଆରୀ ୩୦,୩୧ ଓ ଫେବୃଆରୀ ୦୧.୨୦୨୬

ମୟୁରଭଞ୍ଜ ଉତ୍ସବ * ସମୟ : ଜାନୁଆରୀ ୩୦,୩୧ ଓ ଫେବୃଆରୀ ୦୧.୨୦୨୬ ସ୍ଥାନ : ଉତ୍କଳ ମଣ୍ଡପ, ସଚିବାଳୟ ମାର୍ଗ, ଭୁବନେଶ୍ବର ଆୟୋଜକ : ମୟୁରଭଞ୍ଜ ସଂସ୍କୃତିକ ସଂସଦ, ଭୁବନେଶ୍ଵର ପ୍ରେସ୍ ବିଜ୍ଞପ୍ତି “ମୟୁରଭଞ୍ଜ ସଂସ୍କୃତିକ ସଂସଦ, ଭୁବନେଶ୍ୱର ଆନୁକୁଲ୍ୟରେ ଆସନ୍ତା ଜାନୁଆରୀ ୩୦ ରୁ ଫେବୃଆରୀ ୦୧, ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ଵର ର ସଚିବାଳୟ ମାର୍ଗ ସ୍ଥିତ ଉତ୍କଳମଣ୍ଡପ ଠାରେ ଐତିହାସିକ ତିନିଦିନିଆ ଚିତ୍ତାକର୍ଷକ " ମୟୁରଭଞ୍ଜ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି" ଏହି ଉତ୍ସବର କେତୋଟି ମୌଳିକ ଉଦ୍ଦେଶ୍ୟ ରହିଛି, ଓଡିଶାର ଲୋକମାନଙ୍କ ଭିତରେ ମୟୁରଭଞ୍ଜ ସଂସ୍କୃତି ର ପ୍ରଚାର ଓ ପ୍ରସାର କରି, ସେ ସଂସ୍କୃତି କିପରି ଓଡ଼ିଶାର ସଂସ୍କୃତିକୁ ରୁଦ୍ଧିମନ୍ତ କରିଛି, ତାହା ପ୍ରଦର୍ଶନ କରିବାର ଏହା ଏକ ସୃଜନଶୀଳ ନିଚ୍ଛକ ପ୍ରୟାସ, ଦ୍ବିତୀୟତଃ ମୟୁରଭଞ୍ଜର ବିଭିନ୍ନ ସ୍ଥାନର ପ୍ରତିଭାମାନଙ୍କୁ ରାଜଧାନୀରେ ଏକ ଉତ୍ତମ ମଂଚ ଯୋଗାଇବା ଏହାର ଅନ୍ୟଏକ ଉଦ୍ଦେଶ୍ୟ, ତୃତୀୟତଃ ସଂସ୍କୃତି ମାଧ୍ୟମରେ ଲୋକମାନଙ୍କୁ ଆକର୍ଷିତ କରି ମୟୂରଭଞ୍ଜର ପର୍ଯ୍ୟଟନକୁ ବିସ୍ତାର କରିବା ଏବଂ ମୟୁରଭଞ୍ଜର ସାମଗ୍ରିକ ଉନ୍ନତି ପାଇଁ ମୟୁରଭଞ୍ଜକୁ ଏକ Public - Private investment Destination ବନାଇବା ଏହାର ଅନ୍ୟ ଏକ ଉଦ୍ଦେଶ୍ୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅଧିବାସୀମାନଙ୍କୁ ନେଇ ବେଶ୍ କିଛି ଆଞ୍ଚଳିକ ସଂଘ ଅଛି, ଏବଂ ଏହି ସଂଘ ଗୁଡ଼ିକ ନିଜନିଜ ଆଞ୍ଚଳର ଲୋକମାନଙ୍କ ପାଇଁ କାର୍ଯ୍ୟକ୍ରମ କରିଥାଆନ୍ତି, କିନ୍ତୁ "ମୟୁରଭଞ୍ଜ ସଂସ୍କୃତିକ ସଂସଦ" ଭୁବନେଶ୍ବର ର ବୋଧହୁଏ ପ୍ରଥମ ଆଞ୍ଚଳିକ ସଂଘ ଯାହାଦ୍ୱାରା କି କେବଳ ମୟୁରଭଞ୍ଜ ର ଅଧୁବାସୀମାନଙ୍କ ପାଇଁ ନୁହେଁ ବରଂ ସମସ୍ତ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ବରରେ ରଖାଯାଇଛି, ଏହି କାର୍ଯ୍ୟକ୍ରମର ତିନୋଟି ଅଂଶ - ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରାଫ୍ଟ ମେଳା ଓ ବ୍ୟଞ୍ଜନ ଆଦି. ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଭୟ ପ୍ରତିଷ୍ଠିତ ଓ ଉଦୀୟମାନ କଳାକାରମାନେ ଆଧୁନିକ ଓ ପାରମ୍ପାରିକ କାର୍ଯ୍ୟକ୍ରମ ପରିବେଷଣ କରିବେ, ମୟୁରଭଞ୍ଜର ବିଭିନ୍ନ ସ୍ଥାନରୁ ଏଥପାଇଁ କଳାଜାର ମାନଙ୍କୁ ବଛାଯାଇଛି, ମୟୁରଭଞ୍ଜର ପ୍ରସିଦ୍ଧ ଛଉନାଚ, ଝୁମର ସଂଗୀତ, ପଲ୍ଲୀନୃତ୍ୟ, ପାରମ୍ପାରିକ ଆଦିବାସୀ ନୃତ୍ୟ ସହିତ ମୟୁରଭଞ୍ଜର ସିନେମା ଓ ଟେଲିଭିଜନ୍ ର କଳାକାର ମାନଙ୍କୁ ନେଇ ସଂପୁର୍ଣ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି, କ୍ରାଫ୍ଟ ମେଳାରେ ଖଟିଂର ପଥର ବାସନ ଓ ମୟୁରଭଞ୍ଜର ଟସର ଉପରେ ଷ୍ଟଲ ମାନ ଖୋଲାହେବାର ସ୍ଥିରୀକୃତ ହୋଇଛି. ଏହା ବ୍ୟତିତ ଦର୍ଶକମାନେ ମୟୁରଭଞ୍ଜର ପ୍ରସିଦ୍ଧ ବ୍ୟଞ୍ଜନ ମୁଢି - ମାଂସ ର ମଧ ମଜା ନେଇପାରିବେ । ଡକ୍ଟର ରଜନୀକାନ୍ତ ବିଶ୍ବାଳ ସାଧାରଣ ସଂପାଦକ ମୟୁରଭଞ୍ଜ ସାଂସ୍କୃତିକ ସଂସଦ ଭୁବନେଶ୍ବର

Jan 28, 2026 - 13:11
 0  32
1 / 1

1.

What's Your Reaction?

like

dislike

love

funny

angry

sad

wow

EDITOR- The Ganatantra Odisha ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା