କର୍କଟ ହାରିବ, ଜୀବନ ଜିତିବ ଆଜି କର୍କଟରେ ପୀଡିତ ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇଁ ସମଗ୍ର ବିଶ୍ଵ #WorldRoseDay ପାଳନ କରୁଛି।
କର୍କଟ ହାରିବ, ଜୀବନ ଜିତିବ ଆଜି କର୍କଟରେ ପୀଡିତ ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇଁ ସମଗ୍ର ବିଶ୍ଵ #WorldRoseDay ପାଳନ କରୁଛି। ଏହି ଅବସରରେ ବିଧାନସଭା ପରିସରରେ ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ ରବି ନାୟକ, ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମ ଚନ୍ଦ୍ର କାଡମ୍,ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂ, ମାନ୍ୟବର ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ , ମାନ୍ୟବର ବିଧାୟକ ଆକାଶ ଦାସ ନାୟକ, ମାନ୍ୟବର ବିଧାୟକ ସାଗର ଦାସ, ମାନ୍ୟବର ବିଧାୟକ ସତ୍ୟଜିତ ଗମାଙ୍ଗ, ମାନନୀୟା ବିଧାୟିକା ଉପାସନା ମହାପାତ୍ର, ମାନନୀୟା ବିଧାୟିକା ସୋଫିଆ ଫିର୍ଦୋଶ ପ୍ରମୁଖ ଉପସ୍ଥିତ ରହି କର୍କଟ ଯୋଦ୍ଧାଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଗୋଲାପ ଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ। ନିଜେ କର୍କଟକୁ ପରାସ୍ତ କରି ଏବେ ଅନ୍ୟମାନଙ୍କୁ ଲଢିବାକୁ ପ୍ରେରିତ କରୁଥିବା ସ୍ବାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ Awaaken ଟ୍ରଷ୍ଟ ଦ୍ବାରା କର୍କଟ ମୁକ୍ତ ଭାରତ ଗଠନ ପାଇଁ ଯେଉଁ ଭଳି ସଚେତନତା କାର୍ଯକ୍ରମ କରୁଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ବାଚସ୍ପତି ଓ ବିଧାନସଭା ସଦସ୍ୟ ମାନେ କହିଥିଲେ। । ତାଙ୍କର ପ୍ରୟାସ ଆଜି ଅନେକଙ୍କ ଜୀବନରେ ନୂଆ ଉତ୍ସାହ ଏବଂ କର୍କଟ ବିରୁଦ୍ଧରେ ଲଢିବା ପାଇଁ ଆତ୍ମବିଶ୍ୱାସ ଏବଂ ମନୋବଳ ବଢାଇବାର ଏକ ମାଧ୍ୟମ ସାଜିଛି।
1.
What's Your Reaction?